Please wait...

Trending Now
  • GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି
  • ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା
  • ଓଡ଼ିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ
  • ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ
Sunday, May 5, 2024
Published on: Tuesday, April 23, 2024
National/International

୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ବାପାମା’ଙ୍କ ପାଖ ସିଟ୍ , ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ DGCA


ନୂଆଦିଲ୍ଲୀ(ବ୍ୟୁରୋ) - ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସେମାନଙ୍କ ମାଆ ଓ ବାପାଙ୍କ ପାଖରେ ସିଟ୍ ଦେବା ପାଇଁ ସମସ୍ତ ବିମାନ କମ୍ପାନୀଙ୍କୁ ବେସାମରିକ ବିମାନ ଚଳାଚଳ ନିୟାମକ-DGCA ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସମାନ ପିଏନ୍ଆର୍ ରେ ଯାତ୍ରା କରିବା ପାଇଁ ଟିକେଟ୍ ଦିଆଯିବ। ଏହାଛଡ଼ା ବିମାନ କମ୍ପାନୀଗୁଡିକ ମଧ୍ୟ ଏପରି ବ୍ୟବସ୍ଥାର ରେକର୍ଡ ବଜାୟ ରଖିବାକୁ ଡିଜିସିଏ ବିମାନ କମ୍ପାନୀ ମାନଙ୍କୁ କହିଛନ୍ତି।

ବିମାନ ଯାତ୍ରା ବେଳେ ଛୋଟ ପିଲାମାନଙ୍କୁ ନିଜ ଅଭିଭାବକଙ୍କ ସହ ଏକାଠି ବସିବା ପରିବର୍ତ୍ତେ ଅଲଗାରେ ବସାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା। ବିଶେଷକରି ଯଦି ଯାତ୍ରୀମାନେ ନିଜ ଛୋଟ ପିଲାଙ୍କ ପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ମନା କରନ୍ତି ତେବେ ସେମାନଙ୍କୁ ଅଲଗା ବସାଇ ଦିଆଯାଉଛି । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ପିଲାକୁ ବିମାନ ଯାତ୍ରାର ଆରମ୍ଭରୁ ଶେଷ ଯାଏଁ ନିଜ ବାପା-ମା’ଙ୍କ ଠାରୁ ଅଲଗା ବସିବାକୁ ପଡ଼ିଥିଲା।

Recent News
Copyright © 2024 ODISHANEWSLIVE.COM. All rights reserved.