Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Friday, May 03, 2024
Odisha

ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ


ଓଏନଏଲ୍(ବ୍ୟୁୁରୋ) - ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି  ଜୋରଦାର ପ୍ରଚାର  କରିଛନ୍ତି। କନ୍ଧମାଳ ନିର୍ବାଚନ ଅନ୍ତର୍ଗତ ଭଞ୍ଜନଗରରେ ଦଳୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ବିକ୍ରମ କେଶରୀ ଆରୁଖଙ୍କ ପାଇଁ ଭୋଟ ମାଗିଥିବା ବେଳେ, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ,  ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷରେ ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ।

ନିଜ ଭାଷଣରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିକାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ସେମାନେ ସବୁ କଥାରେ ଓଡିଶାକୁ ବିରୋଧ କରୁଛନ୍ତି। ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ସେମାନେ ବିକାଶର ବିରୋଧୀ। ଓଡିଶାର ବିକାଶ ସବୁଆଡେ ଦିଶୁଛି। ସବୁ ଓଡିଶାବାସୀଙ୍କୁ ଦେଖାଯାଉଛି। କିନ୍ତୁ ବିରୋଧୀ ଙ୍କୁ କିଛି ଦେଖାଯାଉନାହିଁ । ଏଭଳି ବିରୋଧୀଙ୍କୁ ଆମର ଓଡିଆ ଭାଇଭଉଣୀ ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ କହିଛନ୍ତି ।

Recent News
Copyright © 2024 ODISHANEWSLIVE.COM. All rights reserved.