Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Thursday, May 02, 2024
National/International

CBI ଆମ ନିୟନ୍ତ୍ରଣରେ ନାହିଁ’,‌ ସୁପ୍ରିମକୋର୍ଟଙ୍କୁ କହିଲା କେନ୍ଦ୍ର


ଓଏନଏଲ୍(ବ୍ୟୁୁରୋ) - CBI କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ପଶ୍ଚିମବଙ୍ଗ ସରକାର ଦାଖଲ କରିଥିବା ମାମଲା ଉପରେ ନିଜ ପ୍ରାରମ୍ଭିକ ଜବାବରେ କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟଙ୍କୁ ଏଭଳି କହିଛନ୍ତିି। ପଶ୍ଚିମବଙ୍ଗ ସରକାର ତାଙ୍କ ଆବେଦନରେ କହିଥିଲେ – ଆମ ପ୍ରାକ୍ ଅନୁମତି ବିନା ସିବିଆଇ ରାଜ୍ୟରେ ଅନେକ ମାମଲାର ତଦନ୍ତ ଜାରି ରଖିଛି। ପଶ୍ଚିମବଙ୍ଗ ସରକାର ସମ୍ବିଧାନର ଧାରା ୧୩୧ ଅନୁଯାୟୀ କେନ୍ଦ୍ର ବିରୋଧରେ ଏହି ମାମଲା ଦାୟର କରିଛନ୍ତି । ଏଥିରେ ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ, ରାଜ୍ୟରେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ପ୍ରାକ୍ ସମ୍ମତି ରାଜ୍ୟ ସରକାର ପ୍ରତ୍ୟାହାର କରିସାରିଛନ୍ତି । ତଥାପି ଏହି କେନ୍ଦ୍ରୀୟ ଏଜେନ୍ସି ରାଜ୍ୟରେ ଅନେକ ମାମଲାର ତଦନ୍ତ ଜାରି ରଖିଛି।

ସମ୍ବିଧାନର ଧାରା ୧୩୧ କେନ୍ଦ୍ର ଓ ଏକାଧିକ ରାଜ୍ୟ ମଧ୍ୟରେ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ମୂଳ ଅଧିକାର ସହ ଜଡ଼ିତ। ଜଷ୍ଟିସ୍ ବି.ଆର୍ ଗଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠକୁ କେନ୍ଦ୍ର ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସୁପ୍ରିମକୋର୍ଟଙ୍କୁ ପ୍ରଦତ୍ତ ସମ୍ବିଧାନର ଧାରା ୧୩୧ ହେଉଛି “ସବୁଠାରୁ ପବିତ୍ର ଅଧିକାର” ଏବଂ ଏହି ପ୍ରାବଧାନର ଅପବ୍ୟବହାର କରିବାକୁ ଅନୁମତି ଦିଆଯାଇ ପାରିବନି ।

ପଶ୍ଚିମବଙ୍ଗ ଦ୍ବାରା ଦାଖଲ ମକଦ୍ଦମା ଏବଂ ଏଥିରେ ଉଲ୍ଲେଖ କରାଯାଇଥିବା ମାମଲା କେନ୍ଦ୍ର ସରକାର ରୁଜୁ କରିନାହାଁନ୍ତି। ଏହି ସବୁ ମାମଲା ସିବିଆଇ ରୁଜୁ କରିଛି। ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି।

Recent News
Copyright © 2024 ODISHANEWSLIVE.COM. All rights reserved.