Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Friday, May 03, 2024
National/International

ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା


ଓଏନଏଲ୍(ବ୍ୟୁୁରୋ) -  ଏମଡ଼ିଏଚ ଓ ଏଭରେଷ୍ଟ ମସଲାକୁ ନେଇ ବିବାଦ ଦେଖା ଦେବା ପରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି । ମାନେ, ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ ଏମଡ଼ିଏଚ ଓ ଏଭରେଷ୍ଟ ମସଲା । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲଗାତାର କିଛି ଦିନ ହେବ  ଏମଡ଼ିଏଚ ଓ ଏଭରେଷ୍ଟ ମସଲାକୁ ବିବାଦ ଲାଗି ରହିଥିଲା । ଯାହାଫଳରେ ଉଭୟ ମସଲା ବୋର୍ଡ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ଏହି ମଶାଳାର ନମୁନା ସଂଗ୍ରହ କରିଥିଲେ । ଏହାପରେ ମଧ୍ୟ ମସଲା ଗୁଣ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ବିବୃତ୍ତି ସୂଚନା ପାଇନାହିଁ ।     

ସେପଟେ ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲା କମ୍ପାନୀଗୁଡିକ ଉପରେ ଚାଲିଥିବା ବିବାଦ ପାଇଁ ଭାରତର ଅଧାରୁ ଅଧିକ ମସଲା ପରିବହନ ଉପରେ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ କରି ଏହି ମସଲା ଉପରେ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ରାଜ୍ୟରେ ମସଲା ପରୀକ୍ଷା କରାଯିବ ।

Recent News
Copyright © 2024 ODISHANEWSLIVE.COM. All rights reserved.