Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Thursday, May 02, 2024
Odisha

ଚାଷୀଙ୍କ ପାଇଁ ବିଜେପିର ଦୋମୁହାଁ ନୀତି ଓ କୁମ୍ଭୀର କାନ୍ଦଣା ସସ୍ମିତ ପାତ୍ର


ଓଏନଏଲ୍(ବ୍ୟୁୁରୋ) - ଓଡିଶା ବିଜେପି ସଭାପତି ମନମୋହନ ସାମଲ ଚାଷୀଙ୍କ ବିଷୟରେ ରଖିଥିବା ବକ୍ତବ୍ୟ ତାଙ୍କ କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି। ୨୦୧୭ ମାର୍ଚ୍ଚରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ ଏମଏସପି ୨୯୩୦ଟଙ୍କା ବୃଦ୍ଧି କରିବାକୁ ପାରିତ କରାଯାଇଥିଲା। ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ, ବିଜେପି ବି ସମର୍ଥନ କରିଥିଲେ । ୭ ବର୍ଷ ମଧ୍ୟରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି ମନମୋହନ। ନିର୍ବାଚନ ଆସିଛି, ନିଦ ଭାଙ୍ଗିଛି, ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଆସିଛନ୍ତି । କାହିଁକି ସାତ ବର୍ଷ ହେବ ଧାନ ୨୯୩୦ ହେଲାନି ? କାହିଁକି ବିଜେପି ବିଧାୟକ ପାଟି ଫିଟାଇଲେ ନାହିଁ ? ନୀରବ ଦ୍ରଷ୍ଟା ସାଜିଲେ। ତାଙ୍କ ବକ୍ତବ୍ୟ ଖୋକଲା । ନିଜ ଦଳ ବିଧାୟକଙ୍କ ଅକର୍ମତାକୁ ଦର୍ଶାଇଲେ ମନମୋହନ। ଚାଷୀଙ୍କୁ ନିର୍ବାଚନ ମୋହରା ନ କରନ୍ତୁ। ନବୀନ ପଟ୍ଟନାୟକ ଚାଷୀଙ୍କ ବିକାଶ ସହ ମେରୁଦଣ୍ତ ସୁଧାରିଛନ୍ତି। ଏହା ବିଜେପିର ଦୋମୁହାଁ ନୀତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ଅମିତ ଶାହଙ୍କ ୧୬ ସିଟ୍ ଜିତିବା ନେଇ ନେଇ ବିଜେଡିର ପ୍ରତିକ୍ରିୟା। କେନ୍ଦ୍ର ବିଜେପି ଜାଣିଛି ଓଡିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି । ୩୦ ଜିଲ୍ଲା ପରିଷଦ ବିଜେପି ହାରିଥିଲା । ବିଜେପିକୁ ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ୯୦% ବିଜୟ ବିଜେଡି ଜିତିଛି । ବାରମ୍ବାର ହାରି ହତାଶ ହୋଇଥିବା ବିଜେପି କର୍ମୀଙ୍କୁ ଏପରି ବକ୍ତବ୍ୟ ଦିଆଯାଉଛି । ୨୦୨୪ ନିର୍ବାଚନରେ ବିଜେଡି ୧୭ ଲୋକସଭା ଓ ୨୦୧୯ ତୁଳନାରେ ଅଧିକ ବିଧାୟକ ଜିତିବ ବୋଲି କହିଛନ୍ତି ସସ୍ମିତ ପାତ୍ର।

Recent News
Copyright © 2024 ODISHANEWSLIVE.COM. All rights reserved.