ନୂଆଦିଲ୍ଲୀ(ବ୍ୟୁରୋ) - ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତା। ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି କେଜ୍ରିୱାଲ ଓ କବିତା। ଉଭୟଙ୍କୁ ଆସନ୍ତା ୭ରେ କୋର୍ଟରେ ହାଜର କରାଯିବ।
ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାସଳୟର ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ କରିଥିବା ଆବେଦନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। ଯାହାର ଶୁଣାଣି କରି ଏପ୍ରିଲ ୧୫ରେ ସର୍ବୋଚ୍ଚ ଅଦାଲତ ତୁରନ୍ତ ଜାମିନ ଦେବାକୁ ମନା କରିଦେଇଥିଲେ। ଏଥିସହ ଇଡି କେତେକ ପ୍ରଶ୍ନର ଜବାବ ଦାଖଲ କରିବା ପରେ ଏପ୍ରିଲ ୨୯ରେ ଏ ଉପରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ ।