Please wait...

Trending Now
  • GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି
  • ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା
  • ଓଡ଼ିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ
  • ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ
Sunday, May 5, 2024
Published on: Tuesday, April 23, 2024
Odisha

SCB ମେଡିକାଲରେ ଡ଼ାକ୍ତରଙ୍କ ପାଇଁ କଡ଼ା ନିୟମ, କାମରେ ଖିଲାପ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ


କଟକ(ବ୍ୟୁରୋ) - SCB ମେଡିକାଲରେ କାମ କରୁଥିବା ସମସ୍ତ ଡ଼ାକ୍ତରଙ୍କ ପାଇଁ ହେଲା କଡ଼ା ନିୟମ । ନିୟମ ଉଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କାମରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହି ନିମୟର ସଠିକ ପରିଚାଳନା ପାଇଁ  ୯ ଜଣ ଅଭିଜ୍ଞ ଡ଼ାକ୍ତରଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ପ୍ରତିଦିନ ଏହି ଟିମ SCB ମେଡିକାଲର ସମସ୍ତ ୱାର୍ଡ, ଓପିଡି, ଆଇସିୟୁରେ ଡାକ୍ତରଙ୍କ ଉପସ୍ଥାନ ସହିତ କାର୍ଯ୍ୟ ଉପରେ ନଜର ରଖିବେ । SCB  ରେ ଡ଼ାକ୍ତରଙ୍କ ଅନୁପସ୍ଥିତି ଓ କାର୍ଯ୍ୟରେ ଅବହେଳା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ଏଥିସହ କାର୍ଯ୍ୟରେ ଖିଲାପ କରିଥିବା ଅନେକ ଡ଼ାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିବା ଜଣାପଡ଼ିଛି।

Recent News
Copyright © 2024 ODISHANEWSLIVE.COM. All rights reserved.