Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Wednesday, May 01, 2024
Odisha

ମତଦାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗର ବିଶେଷ ପଦକ୍ଷେପ, ଭୋଟର ଓ ପୋଲିଂ କର୍ମଚାରୀଙ୍କ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା


ଓଏନଏଲ୍(ବ୍ୟୁୁରୋ) - ଚଳିତ ନିର୍ବାଚନ ବେଳେ ପ୍ରଚଣ୍ତ ଗ୍ରୀଷ୍ମତାପର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକାଧିକପଦକ୍ଷେପ ଘୋଷଣା କରାଯାଇଛି। ମତଦାନ ବେଳେ ଭୋଟର ଓ ପୋଲିଂ କର୍ମଚାରୀଙ୍କ ପାଇଁ ପ୍ରତି ବ୍ଲକ/କ୍ଳଷ୍ଟର ସ୍ତରରେ ମୋବାଇଲ ହେଲ୍ଥ ୟୁନିଟ ମୁତୟନ କରାଯିବ। ଏଥିରେ ଜଣେ ଆୟୁଷ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ରହିବେ । ସେକ୍ଟର ଅଧିକାରୀଙ୍କ ସହ ଜଣେ ପାରାମେଡିକାଲ ଷ୍ଟାଫ୍ ରହିବେ ଓ ଅତ୍ୟାବଶ୍ୟକ ଔଷଧ ରହିବ ।

ମତଦାନ ବେଳେ ଯଦି କୈାଣସି ପୋଲିଂ କର୍ମଚାରୀ ଓ ଭୋଟର ଅଂଶୁଘାତ ଭଳି ଜରୁରୀ ସ୍ଥିତିର ସାମ୍ନା କଲେ ମୋବାଇଲ ହେଲ୍ଥ ୟୁନିଟ ସେମାନଙ୍କର ଜରୁରୀକାଳୀନ ଚିକିତ୍ସା କରିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ନିଷ୍ପତ୍ତି ବାବଦରେ ସ୍ୱାସ୍ଥ୍ୟ ସେବା ବିଭାଗର ନିର୍ଦ୍ଦେଶକଙ୍କୁ ସୂଚିତ କରାଯିବା ସହ ସମସ୍ତ ସିଡିଏମ ଓ ପିଏଚଓଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବା ପାଇଁ କୁହାଯାଇଛି।

Recent News
Copyright © 2024 ODISHANEWSLIVE.COM. All rights reserved.