Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Wednesday, May 01, 2024
Odisha

ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ, ପର୍ଯ୍ୟଟକଙ୍କୁ ଆସିବାକୁ ବାରଣ


ଓଏନଏଲ୍(ବ୍ୟୁୁରୋ) -କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଜିଠାରୁ(ବୁଧବାର)ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।ଏହି ସମୟରେ ନଦୀନାଳରେ ଥିବା କୁମ୍ଭୀର ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ଆସିବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୩ ଅଗଷ୍ଟ ପହିଲାରୁ ୨୦୨୪ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଭିତରକନିକାକୁ ଦେଶ ବିଦେଶରୁ ୬୪,୭୫୧ ଜଣ ପର୍ଯ୍ୟଟକ ଆସିଛନ୍ତି ।

Recent News
Copyright © 2024 ODISHANEWSLIVE.COM. All rights reserved.