Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Wednesday, May 01, 2024
National/International

BRS ସଭାପତି KCRଙ୍କ ବିରୋଧରେ ECIଙ୍କ କାର୍ଯ୍ୟାନୁଷ୍ଠାନ, ଗଣମାଧ୍ୟମରେ ଦେଇପାରିବେ ନାହିଁ କୌଣସି ବୟାନ


ଓଏନଏଲ୍(ବ୍ୟୁୁରୋ) - ଆପତ୍ତିଜନକ ବୟାନ ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସଭାପତି ତଥା ତେଲେଙ୍ଗାନାର ପୂର୍ବତନ  ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନ ଆସନ୍ତା ଦୁଇ ଦିନ ପାଇଁ କେସିଆରଙ୍କୁ ନିର୍ବାଚନ ପ୍ରଚାର କରିବାରୁ ବାରଣ କରିଛନ୍ତି। କଂଗ୍ରେସ ବିରୋଧରେ ଆପତ୍ତିଜନକ ବୟାନ ମାମଲାରେ କେସିଆରଙ୍କ ଉପରେ ଏହି କଟକଣା ଲାଗିଛି । କେସିଆରଙ୍କ ଉପରେ ଏହି ନିଷେଧାଦେଶ ଆଜି(ବୁଧବାର) ରାତି ୮ଟାରୁ ଲାଗୁ ହେବ, ଯାହା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ ସେ ଗଣମାଧ୍ୟମରେ କୌଣସି ବୟାନ ଦେଇ ପାରିବେ ନାହିଁ। ଏହାଛଡ଼ା ସେ କୌଣସି ସାଧାରଣ ସଭା କିମ୍ବା ସମାବେଶରେ ସାମିଲ ହୋଇପାରିବେ ନାହିଁ।

କେସିଆରଙ୍କ ବିରୋଧରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଜି ନିରଞ୍ଜନ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଚନ୍ଦ୍ରଶେଖର ରାଓ ସିର୍ସିଲାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପାର୍ଟି ବିରୋଧରେ ଅଶ୍ଳୀଳ, ଅପମାନଜନକ ବୟାନ ଦେବା ସହ ଆପତ୍ତିଜନକ ଆରୋପ ଲଗାଇଥିଲେ ବୋଲି ଅଭିଯୋଗ ହୋଇଥିଲା । କଂଗ୍ରେସ ନେତା ଜି ନିରଞ୍ଜନ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ କେ ଚନ୍ଦ୍ରଶେଖର ରାଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

Recent News
Copyright © 2024 ODISHANEWSLIVE.COM. All rights reserved.