Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Tuesday, April 30, 2024
Odisha

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଲେ କାଳୁ ଖଣ୍ଡାୟତ, ଟିକେଟ ଘୋଷଣା ପରେ ଥିଲେ ଅସନ୍ତୁଷ୍ଟ


ଓଏନଏଲ୍(ବ୍ୟୁୁରୋ) - ବହୁ ବାଦ ବିବାଦ ପରେ  ଶେଷରେ ଆଜି କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ ।

କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଥିଲା । ଏହାପରେ କ୍ରମାଗତ ଗଣମାଧ୍ୟମରେ ଆସି ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ । ଏପରିକି ୨ କୋଟି ଟଙ୍କା ଦେଇ ପାରିଲେନି ବୋଲି ଦଳୀୟ ଟିକେଟରୁ ତାଙ୍କୁ ବଞ୍ଚିତ କରାଗଲା ବୋଲି ସେ ବୟାନ ଦେଇଥିଲେ । ଗତ ଥର ଖୋର୍ଦ୍ଧା  ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଖଣ୍ଡାୟତ ।

Recent News
Copyright © 2024 ODISHANEWSLIVE.COM. All rights reserved.