Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Tuesday, April 30, 2024
Sports/Entertainment

T-20 ବିଶ୍ୱକପ୍ : ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ


ଓଏନଏଲ୍(ବ୍ୟୁୁରୋ) - ଜୁନ୍ ୨ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଚଳିତ  ଟି-୨୦ ବିଶ୍ୱକପ ପାଇଁ ରୋହିତ ଶର୍ମା ଅଧିନାୟକ ପଦ ବଜାୟ ରଖିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ରହିବେ ।

ଓ୍ବିକେଟ୍ କିପର ଭାବେ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି । ଦ୍ବିତୀୟ ଓ୍ବିକେଟ୍ କିପର ଭାବେ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିଥିବା ବେଳେ କେଏଲ୍ ରାହୁଲ ବାଦ୍ ପଡ଼ିଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି । ସେହିପରି ଚଳିତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ଶିବମ ଦୁବେ ମଧ୍ୟ ଦୀର୍ଘଦିନ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଶୁଭମାନ ଗିଲ, ଖାଲିଲ ଅହମ୍ମଦ, ରିଙ୍କୁ ସିଂ, ଆବେଶ ଖାନଙ୍କୁ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଟି-୨୦ ବିଶ୍ୱକପ୍‌ରେ ଭାରତ ନିଜ ଅଭିଯାନ ଜୁନ୍ ୫ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଜୁନ୍ ୯ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଦଳ ଜୁନ୍ ୧୨ରେ ଆମେରିକା ବିପକ୍ଷରେ ତୃତୀୟ ମ୍ୟାଚ୍ ଏବଂ ଜୁନ୍ ୧୫ରେ କାନାଡା ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବ।



ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଯଶସ୍ବୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି- ଶୁଭମାନ ଗିଲ, ଖଲିଲ ଅହମ୍ମଦ, ରିଙ୍କୁ ସିଂ, ଆଭେଶ ଖାନ।

Recent News
Copyright © 2024 ODISHANEWSLIVE.COM. All rights reserved.