Please wait...

Trending Now
  • ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ED : ସୁପ୍ରିମକୋର୍ଟ
  • କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା, ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
  • BJPକୁ ବାଏ କହି BJDକୁ ବାହୁଡିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
  • ରାଜଧାନୀରେ BJD ସୁପ୍ରିମୋଙ୍କ ମେଗା ରୋଡ୍ ଶୋ’, କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ
Saturday, May 18, 2024
Published on: Monday, April 29, 2024
National/International

ସୁପ୍ରିମକୋର୍ଟରୁ ନିରାଶ ହେଲେ ହେମନ୍ତ ସୋରେନ ! ଜାମିନ ଆବେଦନ ଉପରେ ମେ’ ୬ରେ ହେବ ଶୁଣାଣି


ଓଏନଏଲ୍(ବ୍ୟୁୁରୋ) - ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ହାଇକୋର୍ଟଙ୍କ ଆବେଦନ ଉପରେ ରାୟ ପ୍ରଦାନରେ ବିଳମ୍ବକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ଯାହାକୁ ନେଇ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।

ହେମନ୍ତ ନିଜ ଆବେଦନରେ ଲେଖିଥିଲେ ଯେ, ନିର୍ବାଚନ ସମୟରେ ପ୍ରଚାର ପାଇଁ ତାଙ୍କୁ ଜେଲରୁ ବାହାରକୁ ଯିବାକୁ ଅନୁମତି ଦିଆଯାଉ। ଝାଡଖଣ୍ଡ ହାଇକୋର୍ଟ ଏହି ଆବେଦନ ଉପ‌ରେ ଶୁଣାଣି ନକରି ଫେବୃଆରୀ ୨୮ରୁ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଏହାର ନିଷ୍ପତ୍ତି ଦେବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୬ରେ ଅନୁଷ୍ଠିତ ହେବ। ଶୁଣାଣି ସମୟରେ ସୋରେନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି। ଯେଉଁଥିରେ  ଇଡି କୋର୍ଟରେ ଉତ୍ତର ଦେବାକୁ ବାଧ୍ୟ ବୋଲି କୁହାଯାଇଛି।

Recent News
Copyright © 2024 ODISHANEWSLIVE.COM. All rights reserved.